Odisha Link
Bridging the Missing Links in Odisha

ତାତିରୁ ସାମାନ୍ୟ ଆଶ୍ବସ୍ତି, ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଶନିବାର ଦିନ ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିଲା

ଭୁବନେଶ୍ବର: ଭୀଷଣ ତାତିରୁ ସାମାନ୍ୟ ଆଶ୍ବସ୍ତି। ଉପକୂଳ ଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଳ୍ପ ମାତ୍ରାରେ କିମିଛି।ସବୁଠୁ ବଡ଼କଥା ହେଲା ଶନିବାର ଦିନ ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିଲା। ରାଜ୍ୟର ୬ ଟି ସ୍ଥାନର ପାରଦ ୩୯ ଡିଗ୍ରୀ ଉପରେ ରହିଥିଲା।

ଏହାରି ମଧ୍ୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୩-୪ ଦିନ ତାତି ବଢ଼ିବନ। ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରବିବାର କେତେକ ଜାଗାରେ ପାଗ ଆଂଶିକ ମେଘୁଆ ରହିବ । ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସୁନ୍ଦରଗଡ, ଦେଓଗଡ଼ କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ, କୋରାପୁଟ,ମାଲକାନଗିରି ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ମଧ୍ୟ ରହିଛି । ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କାଳବୈଶାଖୀ ହୋଇପାରେ ।

Leave A Reply

Your email address will not be published.