Odisha Link
Bridging the Missing Links in Odisha

କରୋନା: ୨୪ ଘଣ୍ଟାରେ ୧୩୭୯ ପଜିଟିଭ ଚିହ୍ନଟ

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଛି ।

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଗତ କିଛିଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୦୮ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୫୭୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସୂଚନା ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୩ଜଣ, ବରଗଡ଼ ଜିଲ୍ଲାରୁ ୬୮ଜଣ, ଭଦ୍ରକ ଜିଲ୍ଲାରୁ ୩୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୪ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୫୬ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ଜଣ, କନ୍ଧମାଳ ଜିଲ୍ଲାରୁ ୧୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ଜଣ, କେନ୍ଦୁଝର ଜିଲ୍ଲାରୁ ୩୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୮ଜଣ, କୋରାପୁଟ ଜିଲ୍ଲାରୁ ୯ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୧ଜଣ, ନୟାଗଡ଼ ଜିଲ୍ଲାରୁ ୧୮ଜଣ, ନୂଆପଡ଼ା ଜିଲ୍ଲାରୁ ୯୦ଜଣ, ପୁରୀ ଜିଲ୍ଲାରୁ ୪୩ଜଣ, ରାୟଗଡ଼ ଜିଲ୍ଲାରୁ ୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୮୬ଜଣ, ସୋନପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୧୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩,୪୯,୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩, ୩୯,୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.