Odisha Link
Bridging the Missing Links in Odisha

ଅମାନିଆଙ୍କୁ ଛାଟ: ମାନିଲେଣି କଟକଣା, ଦୋକାନୀ ଗଣିଲେ ତଣ୍ଡ

୪ ନମ୍ବର ମାଛ ମାର୍କେଟ, ଶୈଳଶ୍ରୀ ବିହାର ମାଛ ମାର୍କେଟରେ ପୁଲିସର ଚଢାଉ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ସାରା ରାଜ୍ୟରେ କୋଭିଡ କଟକଣାକୁ ଜୋରଦାର କରିଛନ୍ତି ସରକାର। ଏସବୁ ମଧ୍ୟରେ କମିଶନରୋଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ରାଜଧାନୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି କୋଭିଡ କଟକଣାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କଠୁ ମୋଟା ଅଙ୍କର ତଣ୍ଡ ଆଦାୟ କରୁଛନ୍ତି।

ରାଜଧାନୀର ଜନଗହଳି ପରିପୂର୍ଣ୍ଣ ସ୍ଥାନରେ କିଭଳି କୋଭିଡ କଟକଣା ପାଳନ କରାଯାଉଛି ତା ସ୍ଥିତି ପରଖିବାକୁ ଭୁବନେଶ୍ୱରର ବିଭିନ୍ନ ମାଛ ମାର୍କେଟରେ କମିଶନରେଟ ପୁଲିସ ଚଢାଉ କରିଥିଲା। ୪ ନମ୍ବର ମାଛ ମାର୍କେଟ, ଶୈଳଶ୍ରୀ ବିହାର ମାଛ ମାର୍କେଟରେ ପୁଲିସ ଏହି ଚଢାଉ କରିଥିଲା। ଏହି ସମୟରେ ବିଭିନ୍ନ ଦୋକାନୀ କୋଭିଡ ନିୟମ ଉଲଂଘନ କରୁଥିବା ଦେଖି ପୁଲିସ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିଥିଲା। ଏହାସହ ଗ୍ରାହକ ଦୋକାନୀଙ୍କୁ ସଚେତନ ମଧ୍ୟ କରିଥିଲା।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଦିନ ଧରି ମାସ୍କ ପରିଧାନକୁ ଗୁରୁତ୍ୱ ଦେଇଛନ୍ତି। ଏପରିକି ମାସ୍କ ନପିନ୍ଧିଲେ ଫାଇନ ମଧ୍ୟ ଆଦାୟ ହେଉଛି। ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ବି କରାଯାଉଛି। ତଥାପି କିଛି ଅମାନିଆ ମାସ୍କ ପିନ୍ଧୁନାହାଁନ୍ତି କି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉନାହାଁନ୍ତି।