Odisha Link
Bridging the Missing Links in Odisha

କରୋନା ସଂକ୍ରମିତଙ୍କ ପାଇଁ କଲ୍‌ ସେଣ୍ଟର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବ ସେହି ସଂଖ୍ୟାରେ ମେଡ଼ିକାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ନିରଞ୍ଜନ ମିଶ୍ର ଆହୁରୀ କହିଛନ୍ତି ଯେ, ଦେଶର ସମସ୍ତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଆମ ରାଜ୍ୟରେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏବେ ସ୍ଥିତ ଆକଳନ କରିବା ନାହିଁ। ଜିଲ୍ଲାପାଳମାନଙ୍କୁ ମେଡ଼ିକାଲ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୄଦ୍ଧି ପାଇବ ସେହି ହିସାବରେ ବେଡ଼ ସଂଖ୍ୟା ବୄଦ୍ଧି କରାଯିବ।

ଲୋକଙ୍କ ଯିବା ଆସିବା ଉପରେ କିଛି କଟକଣା ଲାଗିଛି। ଲୋକଙ୍କୁ କରୋନା ନେଇ ସଚେତନ କରାଯାଉଛି। ଖାସ୍‌ କରି ଅକ୍ସିଜେନ, ଭେଣ୍ଟିଲେଟର,ଡ଼୍ରଗ୍ସର ତର୍ଜମା ଚାଲିଛି। ଆବଶ୍ୟକତା ଅନୁସାରେ କାମରେ ଲଗାଯିବ। ଲୋକଙ୍କୁ ଧରି କାମ କରିବାକୁ ପଡ଼ିବ, କଡା ହୋଇକି କିଛି ଲାଭ ହେବ ନାହିଁ। ପଜିଟିଭଙ୍କ ଚିକିତ୍ସା ପାଇଁ ପ୍ରତି ଜିଲ୍ଲାରେ କଲ୍‌ ସେଣ୍ଟର ଖୋଲାଯାଇଛି। ସେମାନେ ଫୋନ କରି ରୋଗୀର ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଔଷଧ ଦେଉଛନ୍ତି।

Leave A Reply

Your email address will not be published.