Odisha Link
Bridging the Missing Links in Odisha

କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶା ଆସିଲେ ଧର୍ମେନ୍ଦ୍ର

ବାହାରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆର୍‌ଟିପିସିଆର୍‌ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସିଛନ୍ତି। ତେବେ ସରକାରୀ ନିୟମ ମାନି ସେ ନିଜର କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶାରେ ପ୍ରବେଶ କରିଛନ୍ତି।

ଆଜି ପୂର୍ବାହ୍ନରେ କୋଳକାତାରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ନିଜର ଆର୍‌ଟିପିସିଆର୍‌ ରିପୋର୍ଟ ବିମାନବନ୍ଦର କର୍ତୃପକ୍ଷଙ୍କୁ ଦେଖାଇଥିଲେ ଓ ବାହାରକୁ ଆସିଥିଲେ।

ବାହାରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆର୍‌ଟିପିସିଆର୍‌ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରମନ୍ତ୍ରୀ ନିଜେ ଏହି ନିୟମ ମାନିବା ସହ କରୋନା ସମୟରେ ସତର୍କ ରହିବା ଓ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.