Odisha Link
Bridging the Missing Links in Odisha

ମିଶନ ଶକ୍ତି ବନ୍ଦ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଚକ୍ରାନ୍ତ କରୁଛନ୍ତି: ସୁଲତା ଦେଓ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜନୈତିକ ବୟାନବାଜି ସେତେ ବଢ଼ିବାରେ ଲାଗିଛି। ଆଜି ବିଜେଡି ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରିଛନ୍ତି କଡ଼ା ଟାର୍ଗେଟ। ମହିଳାଙ୍କ ପ୍ରସଙ୍ଗ ଉଠାଇ ଶ୍ରୀ ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ସୁଲତା ଦେଓ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଲତା ଦେଓ କହିଛନ୍ତି, ସର୍ବଦା ଓଡ଼ିଶା ବିଜେପି ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏପ୍ରିଲ ୨୦୨୪ରେ ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ସେ ଆହୁରି କହିଛନ୍ତି, ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି।ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର।ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ବିକାଶ, ମହିଳା ସଶକ୍ତିକରଣ ବିରୋଧୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସାଂସଦ ନିର୍ବାଚିତ ହେଲେ ବୋଧହୁଏ ମିଶନ ଶକ୍ତି ବନ୍ଦ କରି ଦେବେ ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି। କାରଣ ସୁଲତା ଦେଓ ଆହୁରି କହିଛନ୍ତି, ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ମହିଳାଙ୍କ ଭିତରେ ଫାଟ ସୃଷ୍ଟି କରିବା ଚକ୍ରାନ୍ତରେ ସଫଳ ହେବେ ନାହିଁ। ୬ ଲକ୍ଷ ଏସଏଚଜି ଗଠନ ଦ୍ଵାରା ୭୦ ଲକ୍ଷ ମହିଳା ସଶକ୍ତକରଣ ସଶକ୍ତ ହୋଇଛନ୍ତି। ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ଇସିଆଇକୁ ଚିଠି ଲେଖି ଏସଏଚଜି ମାଆମାନଙ୍କ ଦୁବାଇ ଗସ୍ତ ଉପ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ସୁଲତା ଦେଓ କହିଛନ୍ତି।

Leave A Reply

Your email address will not be published.