Odisha Link
Bridging the Missing Links in Odisha

ରାସେଶ୍ୱରୀଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଲେ ରୋହିତ ପୂଜାରୀ; କହିଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ପାଖଉଛି, ସମୀକରଣ ବଦଳିବାରେ ଲାଗିଛି। ଆହୁରି ଏହାରି ମଧ୍ୟରେ ଶାସକ ଦଳ ବିଜୁ ଜନତା ଦଳକୁ ଲାଗିଛି ବଡ଼ ଝଟକା। ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଆଜି ବିଜେଡି ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାସେଶ୍ବରୀ। ଏଥିସହିତ ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିଛନ୍ତି।

ଚଳିତ ନିର୍ବାଚନରେ ସାରା ରାଜ୍ୟର ନଜର ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି। କାରଣ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଓ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ବିଜେଡିକୁ ଲାଗିଛି ଝଟକା। ବିଜେଡିରୁ ଇସ୍ତଫା ଦେଇ ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି, ସମ୍ବଲପୁରର ସ୍ବାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଦଳ ଯେଉଁଭଳି ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅପମାନ।

ସାମ୍ବାଦିକ ସମ୍ମିଳନୀରେ କାହା ନା ନେଇ ମଧ୍ୟ ରାସେଶ୍ବରୀ ବିଜେଡି ନେତାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସମ୍ବଲପୁରରେ କ’ଣ ନେତା ନାହାନ୍ତି, ଦଳ ବାହାରୁ ଆଣି ନିର୍ବାଚନ ଲଢ଼ାଉଛନ୍ତି। ଯାହାକୁ ଦଳ ଦିନ ଅଯୋଗ୍ୟ କହୁଥିଲା ସେହି ନେତାଙ୍କୁ ହିଁ ଟିକେଟ୍‌ ଦେଉଛି। ଯାହାପାଇଁ ଇସ୍ତଫା ଦେଇଛି ବୋଲି କହିଛନ୍ତି ରାସେଶ୍ବରୀ। ରୋହିତ ପୂଜାରୀଙ୍କ ନା ନନେଇ ଟାର୍ଗେଟ କରିଛନ୍ତି ମଧ୍ୟ ରାସେଶ୍ବରୀ।

ସେହିପରି ଆଗାମୀ ରାଜନୀତି ଭବିଷ୍ୟତ କ’ଣ ରହିବ ସେ ନେଇ ରାସେଶ୍ବରୀଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ। ତାର ଉତ୍ତରରେ ସେ କହିଛନ୍ତି, ମୋର ରାଜନୀତିରେ ଲୋଭ ନାହିଁ। ସେବା କରିବା ପାଇଁ ହିଁ ରାଜନୀତିକୁ ଆସିଥିଲି। ମୋର ଯାହା ବି ସମ୍ପତ୍ତି ଅଛି ମୋ ଅନ୍ତେ ଆମ ଦ୍ବାର ପରିଚାଳିତ ଟ୍ରଷ୍ଟକୁ ଯିବ। ଆଉ ରାଜନୀତି କରିବି ନାହିଁ। ଏବେ ବି ସେବା କାର୍ଯ୍ୟ ଜାରି ରଖିବି। ଜନତାଙ୍କ ସହଯୋଗରେ ୨୦୧୪ରେ ବିଧାୟିକା ହୋଇଥିଲି। ୨୦୨୯ରୁ ୨୦୨୪ ମଧ୍ୟରେ ମୁଁ ସମ୍ବଲପୁରର ବିଧାୟିକା ନଥିଲି ସତ କିନ୍ତୁ ସମ୍ବଲପୁରର ବିକାଶ ପାଇଁ ଦିନରାତି କାମ କରୁଥିଲି। ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର। ସମ୍ବଲପୁରକୁ ଅଣଦେଖା କରାଗଲା ଯାହା ମୋତେ ବାଧିଛି। ଦଳ ଛାଡ଼ିବା ନିଷ୍ମତ୍ତି କଷ୍ଟ ଲାଗୁଛି ସତ କିନ୍ତୁ ସମ୍ବଲପୁରବାସର ମୋ ପାଇଁ ଆଗ। ସମାଜସେବା କରୁଛି ଆଗକୁ ବି ଜାରି ରହିବ ବୋଲି ରାସେଶ୍ବରୀ କହିଛନ୍ତି।

ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇ ପ୍ରେସମିଟ୍‌ରେ ସାମ୍ବାଦିକ ପ୍ରଶ୍ନ କରିବାରୁ ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ ଆଗକୁ ସମୟ ସବୁକିଛି କହିବ। ଏବେ ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ସମ୍ବଲପୁର ମାଟିର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବି। ଆଗାମୀ ଦିନରେ କୌଣସି ପଲିଟିକାଲ୍‌ ଆକ୍ଟିଭିଟି କରିବିନି।

ସୂଚନାଥାଉକି, ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭ ଆସନ ପାଇଁ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଥିଲା। ହେଲେ ପରବର୍ତ୍ତି ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ଟିକେଟ୍‌ ଦେଇ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଟିକେଟ୍‌ ଦେଇଥିଲା। ଦୁଇ ନେତାଙ୍କ ମଧ୍ୟରେ ଆସନ ଅଦଳବଦଳ ହୋଇଥିଲା। ରାସେଶ୍ବରୀ ମଧ୍ୟ ସମ୍ବଲପୁର ଆସନରୁ ଆଶାୟୀ ରହିଥିଲେ। ହେଲେ ଦଳ ତାଙ୍କୁ ଟିକେଟ୍‌ ଦେଇଥିଲା। ରାସେଶ୍ବରୀ ପାଣିଗ୍ରାହୀ ଓ ରୋହିତ ପୂଜାରୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହୁଏ। ଯାହାଫଲରେ ଦଳ ଛାଡ଼ିବା ପରେ ରୋହିତଙ୍କ ନା ନନେଇ ଅଯୋଗ୍ୟ କହି ଟାର୍ଗେଟ କରିଛନ୍ତି।

ରାସେଶ୍ବରୀ ପାଣିଗ୍ରାହୀ ବିଜେଡି ଛାଡ଼ିବା ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିବେଦନ କରିବି, ଦଳକୁ ଫେରି ଆସନ୍ତୁ। ତାଙ୍କୁ ଦଳରେ କେହି ଅଣଦେଖା କରୁ ନଥିଲେ। ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଭୋଟ ରହିଛି, ଆମେ ଭୋଟ ପାଇଁ ଚିନ୍ତିତ ନୁହେଁ ବୋଲି ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ କହିଛନ୍ତି।

Leave A Reply

Your email address will not be published.