Odisha Link
Bridging the Missing Links in Odisha

କର୍ମୀଙ୍କୁ ଆକ୍ରମଣ: ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହେଲା ବିଜେଡି

ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଡେଲାଙ୍ଗରେ ଉତ୍ତେଜନା ହୋଇଥିଲା

ଭୁବନେଶ୍ବର: ରାଜନୈତିକ ତାତିରେ ଉଷ୍ମ ହୋଇ ଉଠିଛି ପିପିଲି। ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ପିପିଲି ହିଂସା ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଦଳର ପ୍ରତିନିଧି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଡେଲାଙ୍ଗରେ ଉତ୍ତେଜନା ହୋଇଥିଲା। ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ୩ଜଣ ବିଜେଡି କର୍ମୀ ଗୁରୁତର ହୋଇଛନ୍ତି। ୨ଜଣଙ୍କ ମୁଣ୍ଡ ଓ ଜଣଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଆହତଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ହସପିଟାଲକୁ ଆସି ବିଜେପି କର୍ମୀ ଧମକ ଦେଇଥିବା ଅଭିଯୋଗ ହୋଇଛି। ୩ ଆହତ ବିଜେଡି କର୍ମୀଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ଭେଟିଥିବା ତାଙ୍କୁ ଘେରାଉ କରିଥିଲେ ବିଜେପି କର୍ମୀ। ମନ୍ତ୍ରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ପିପିଲି ଉପନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ଅଛନ୍ତି, ହେଲେ ଟକ୍କର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମଧ୍ୟରେ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ଭୋଟ ମାଗୁଛନ୍ତି ବିଜେଡିର ହେଭିୱେଟ୍। ବିଧାୟକ, ମନ୍ତ୍ରୀ ରାଲି ଓ ସଭାରେ ଯୋଗଦେଇ ଭୋଟ୍ ଭିକ୍ଷା କରୁଛନ୍ତି। ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ।

Leave A Reply

Your email address will not be published.