Odisha Link
Bridging the Missing Links in Odisha

ବିମାନ ଯାତ୍ରୀଙ୍କ ଖାଦ୍ୟ ଉପରେ କଟକଣା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହେଇ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିମାନ ଯାତ୍ରୀଙ୍କ ଖାଦ୍ୟ ଉପରେ କଟକଣା ଲଗାଯାଇଛି। ୨ଘଣ୍ଟାରୁ କମ ବିମାନ ଯାତ୍ରରେ ଯାତ୍ରୀଙ୍କୁ ବିମାନରେ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ।

ଯଦି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ୨ଘଣ୍ଟାରୁ ଅଧିକ ସମୟ ଲାଗୁଛି, ତେବେ ସେହି ବିମାନରେ ଯାତ୍ରୀ ଖାଦ୍ୟ ଅର୍ଡର କରି ଖାଇ ପାରିବେ। ଆଜି ଏନେଇ ଘୋଷଣା କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବିମାନ ଯାତ୍ରା ସମୟରେ ସଂକ୍ରମଣକୁ ଏଡ଼ାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ଖାଦ୍ୟ ଅର୍ଡର କରିିବା ବ୍ୟବସ୍ଥା ହଟାଇ ଦେଇଛି, ଯାହାଦ୍ବାରା କ୍ରୁ ସଦସ୍ୟ ଏବଂ ଯାତ୍ରୀ ପରସ୍ପରର ସଂସ୍ପର୍ଶରେ କମ ଆସିବେ ଏବଂ ସଂକ୍ରମଣ କମ ହେବ।

Leave A Reply

Your email address will not be published.