Odisha Link
Bridging the Missing Links in Odisha

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ବିଷୁବ ସଂକ୍ରାନ୍ତି। ବିଷୁବ ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ଆସିବାକୁ ମନା କରାଯାଇଛି।

ବିଏମସି କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ହୋଇପାରିବନି ପଣା ବଣ୍ଟନ କାର୍ଯ୍ୟକ୍ରମ। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ପ୍ରକାରରେ ସେବାୟତ ବା ପୂଜକ କରିପାରିବେ ସଂକ୍ରାନ୍ତି। ଭକ୍ତଙ୍କୁ ସମ୍ପୂର୍ଣ୍ଣ ମନା।

ଏଥିସହ ବୁଧବାର ଠାରୁ ଆରମ୍ଭ ହୋଇଛି ରମଜାନ ପର୍ବ। ରମଜାନ ପାଇଁ ମୁସଲମାନଙ୍କ ଦୁଇଟି ଗ୍ରୁପର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ଏନେଇ ଜାରି ହେବ ଏସଓପି। ଶୁକ୍ରବାର ଦିନ ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତା ଠାରୁ ଶତକଡା ୫୦ଭାଗ ଲୋକଙ୍କ ପାଇଁ ଦିଆଯିବ ଅନୁମତି।

ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ। ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଲେ କମିଶନର ସୂଚନା ନେଇଛନ୍ତି।

Leave A Reply

Your email address will not be published.