Odisha Link
Bridging the Missing Links in Odisha

ହାଇଦର ଫେରାର ପଛରେ ସଲ୍ଲୁ ସାମିଲ: ଡିସିପି

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ କାହାର ହାତ ରହିଛି ସେ ନେଇ ସୂଚନା ଦେଇଛନ୍ତି କଟକ ଡିସିପି। ହାଇଦର ଫେରାର ପଛରେ ସହଯୋଗୀ ସଲ୍ଲୁର ହାତ ଥିବା ବେଳେ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି।

ସେପଟେ କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଚିକିତ୍ସା ପାଇଁ ହାଇଦର ହିଁ କ୍ୟାବିନ ଭାଙ୍ଗିଥିବା SCB କର୍ତ୍ତୃପକ୍ଷ କହିଛନ୍ତି। ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାଣାଙ୍କ ସୂଚନା ଦେଇଛନ୍ତି ଯେ, ସମ୍ବଲପୁର ଜେଲ ପକ୍ଷରୁ ନୁହେଁ, ହାଇଦର ହିଁ କ୍ୟାବିନ ମାଗିଥିଲା। କ୍ୟାବିନ ଖାଲିଥିବାରୁ ଅଧୀକ୍ଷକ ଦେବାକୁ ସୁପାରିସ କରିଥିଲେ।

କ୍ୟାବିନ ଖାଲିଥିବାରୁ ଅଧୀକ୍ଷକ ଦେବାକୁ ଅନୁମତି ଦେଇଥିଲେ। ହାଇଦର ବହୁବିଧ ରୋଗରେ ଆକ୍ରାନ୍ତ ଥିବା ନେଇ  ଭୁବନାନନ୍ଦ କହିଛନ୍ତି। ଡାଇବେଟିସ୍ ନିୟନ୍ତ୍ରଣ ହୋଇଥିଲେ ତାଙ୍କର ଅପରେସନ ହୋଇଥାନ୍ତା। ଆଡମିଶନ ବେଳେ ପୋଲିସକୁ ଜଣାଯାଇନଥିଲା। ତେବେ ସେ ନିଖୋଜ ହୋଇଯିବା ପରେ ପୋଲିସକୁ ଜଣାଯାଇଛି। ସିସିଟିଭି କାମ କରୁଥିଲା କି ନାହିଁ କହିପାରିବି ବୋଲି ସେ କହିଛନ୍ତି। ବାହାର ଖାଦ୍ୟ ଅନୁମତି କଥା ମଧ୍ୟ କହିପାରିବେ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.