Odisha Link
Bridging the Missing Links in Odisha

ରମଜାନ ପାଇଁ CMCର ଗାଇଡଲାଇନ ଜାରି

କଟକ: ରମଜାନ ପର୍ବ ପାଇଁ ଗାଇଡଲାଇନ ଜାରି କରିଛି CMC। ରମଜାନ ପର୍ବରେ ଗହଳି ଏଡାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ରମଜାନ ବେଳେ ମସଜିଦ୍‌ ଭିତରେ ବାହାରେ ଗହଳିକୁ ବାରଣ କରାଯାଇଛି। ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍‌ କ୍ଷମତାର ୫୦% ଯାହା କମ୍‌ ଗ୍ରହଣୀୟ ବୋଲି କୁହାଯାଇଛି।

ମସଜିଦରେ ପ୍ରବେଶ ବେଳେଟୋକନ୍‌ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ ପାଇଁ ଗୋଟିଏ ସ୍ଥାନରେ ଧୁଆଧୋଇ ହେବା ବାରଣ କରାଯାଇଛି। ବହୁବିଧ ରୋଗାକ୍ରାନ୍ତ ଓ ୫ ବର୍ଷରୁ କମ୍‌ ପିଲାଙ୍କୁ ମସଜିଦ ପ୍ରବେଶ ନେଇ ମନା କରାଯାଇଛି। ହ୍ୟାଣ୍ଡ୍‌ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

ପ୍ରାର୍ଥନା ସମୟରେ ସାମଜିକ ଦୂରତ୍ବ ବଜାୟ ରଖିବାକୁ କୁହାଯାଇଛି। ଯଦି ଗାଇଡଲାଇନ ନ ମାନନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.