Odisha Link
Bridging the Missing Links in Odisha

ଗଞ୍ଜାମ: ୭ ଦିନ ପାଇଁ ସବୁ ଧର୍ମାନୁଷ୍ଠାନ ବନ୍ଦ

ଗଞ୍ଜାମ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ରାଜ୍ୟରେ ଦିନକୁ ଦିନ କରୋନ ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଗଞ୍ଜାମରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ ରହିବ।

ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରାଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ ସହ ରୀତିନୀତି ପାଳନ ହେବ।

 ଏଥିସହ ପାର୍କ, ଖେଳପଡିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା କରାଯାଇଛି।

Leave A Reply

Your email address will not be published.