Odisha Link
Bridging the Missing Links in Odisha

ଶଯ୍ୟା ନିଅଣ୍ଟ, ଡାକ୍ତରଖାନା ବାହାରେ ଶତାଧିକ କୋଭିଡ ରୋଗୀ !

ମେଡିକାଲରେ ନାହିଁ ଶଯ୍ୟା, ଆମ୍ବୁଲାନ୍ସରେ ରହୁଛନ୍ତି କରୋନା ସଂକ୍ରମିତ

ଅହମଦାବାଦ: ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ଏବେ ମେଡିକାଲ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ଏପରିକି କରୋନା ରୋଗୀ ମେଡିକାଲର ଖଣ୍ଡିଏ ବେଡ ପାଇବା ପାଇଁ କରୁଛନ୍ତି ପ୍ରତୀକ୍ଷା। ଗୁଜୁରାଟର ଅହମଦାବଦ ସହରରୁ ଆସିଛି ଏଭଳି ଫଟୋ ଯାହା ଆପଣଙ୍କ ନିଦ ହଜାଇ ଦେବ।

ଗୁଜୁରାଟରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସରକାର ବେଡ୍‌ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି। ଅହମଦାବାଦର ସିଭିଲ ମେଡିକାଲ କ୍ୟାମ୍ପସ୍‌ରେ ଆମ୍ବୁଲାନ୍ସ ଭିତରେ ହି କୋଭିଡ ରୋଗୀ ଖଣ୍ଡିଏ ବେଡ ପାଇଁ ଅପେକ୍ଷା କରୁଛନ୍ତି। ଆମ୍ବୁଲାନ୍ସରେ ରୋଗୀ ମାନେ ରହି ବେଡ ଖାଲି ହେବାକୁ ଅପେକ୍ଷା କରିବାର ଖବର ସାମ୍ନାକୁ ଆସିଛି।

ଅହମଦାବାଦର ସବୁଠୁ ବଡ଼ କୋଭିଡ ମେଡିକାଲରେ ୧୨୦୦ ବେଡ ଫୁଲ ଶେଷ ହୋଇ ସାରିଛି। ଯେଉଁଥିପାଇଁ ପଜିଟିଭ ଆକ୍ରାନ୍ତଙ୍କୁ ବାହାରେ ରୋକା ଯାଇଛି। ଏଭଳିକି ଆମ୍ବୁୁଲାନ୍ସରେ ହିଁ ରୋଗୀ ମାନେ ଅକ୍ସିଜେନ ନେଉଥିବାର ଦେଖିବାକୁ ମିଳିଛି।

ସୂଚନାଥାଉକି, ଗୁଜୁରାଟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟର ଅହମଦାବାଦ, ସୁରତ, ରାଜକୋଟ ଭଳି ବଡ଼ ବଡ଼ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.