Odisha Link
Bridging the Missing Links in Odisha

ହାଇଦର ଫେରାର ଫଛରେ ଧରମ ପୁଅର ହାତ: ସିପି

କଟକ: କୁଖ୍ୟାତ ଅପରାଧୀ ହାଇଦର ଗିରଫ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ। ହାଇଦର ଧରା ପଡିବା ପରେ କଟକ ପୋଲିସର କାର୍ଯ୍ୟକାରିତାକୁ ନେଇ ପୋଲିସ୍ କମିସନର ପ୍ରଶଂସା କରିଛନ୍ତ । ପୋଲିସ୍ କମିସନର କହିଛନ୍ତି ଯେ, ହାଇଦରକୁ ଗିରଫ କରିବା ଅପରେସନକୁ ୧୨୦ ଘଣ୍ଟା ପୁରିଛି। ଏହି ୧୨୦ ଘଣ୍ଟା ମଧ୍ୟରେ ପୋଲିସ୍ ଅନେକ କସରତ କରିବାକୁ ପଡିଛି।

ହାଇଦର୍ ଫେରାର୍ ପରେ କଟକ ପୋଲିସ୍ ଆଲର୍ଟ ଥିଲେ। କାଳେ ହାଇଦର୍ ବାହାର ରାଜ୍ୟ ଫେରାର୍ ହୋଇଯାଇଥିବ ବୋଲି ପୋଲିସ୍ ଆଶଙ୍କା କରିଥିଲା। ଏହା ଭିତରେ ୧୧ ତାରିଖରେ ସେ ତେଲେଙ୍ଗାନାରେ ଥିବା ଜାଣିବାକୁ ପାଇଥିଲେ। ସୂଚନା ମିଳିବା ପରେ ଦୁଇଟି ଟିମ୍ ତେଲେଙ୍ଗାନା ଯାଇ ତଦନ୍ତ କରିଥିଲେ। ଶେଷରେ କାଲି ହାଇଦରକୁ ଧରିବାରେ କରିବାରେ ସଫଳ ହୋଇଥିଲେ।

ଏହିସବୁ ବ୍ୟବସ୍ଥାରେ ଚାଉଳିଆଗଞ୍ଜ ଏବଂ ବାଦାମବାଡି ପୋଲିସ୍ ଲିଡ୍ ନେଇଥିଲେ। ଟେକ୍ନିକାଲରେ ପୋଲିସ୍ ହାଇଦର୍ର କଣ୍ଟାକ୍ଟ ଟ୍ରେସ୍ କରି ତାକୁ ଧରିବାରେ ସଫଳତା ପାଇଛି। ଗତକାଲି ରାତି ୭ଟାରେ ପୋଲିସ୍ ତାକୁ ଧରିଥିଲା। ଏହାପରେ ତାକୁ ଭୁବନେଶ୍ୱର ଅଣାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ ୧୦ ତାରିଖ ଅପରାହ୍ନ ୪ଟାରେ ଏସସିବିରୁ ଫେରାର୍ ହୋଇଥିଲା। ଫେରାର୍ ହେବାରେ ହାଇଦରର ପୁଅ ତାକୁ ସହଯୋଗ କରିଥିଲା। ଫେରାର୍ ହେବାର ୩ଘଣ୍ଟା ପରେ ପୋଲିସ୍କୁ ଜଣାପଡିଥିଲା। ଯାହା ଫଳରେ ତାକୁ ଫେରାର୍ ହେବାରେ ସୁବିଧା ହୋଇଥିଲା।

ସିସିଟିଭି ଫୁଟେଜ୍ରୁ ସୂଚନା ମିଳିଥିଲା। ବର୍ତ୍ତମାନ ହାଇଦର୍ର ୫ଜଣ ସହଯୋଗୀକୁ ପଚରାଉଚରା କରୁଛି ପୋଲିସ୍। ଖୁବ୍ ଶୀଘ୍ର ତାକୁ ପୋଲିସ୍ କମିସନର ହାଇଦରକୁ ରିମାଣ୍ଡରେ ନେବେ।

Leave A Reply

Your email address will not be published.