Odisha Link
Bridging the Missing Links in Odisha

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର: ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର। ପୋଲିସକୁ ଚକମା ଦେଇ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନାରୁ ସ୍ୱତନ୍ତ୍ର ବିମାନ ଯୋଗେ ତାକୁ ଓଡ଼ିଶା ଅଣାଯାଇଛି। ବିମାନ ବନ୍ଦରରୁ ତାକୁ ସିଧାସଳଖ କଟକ ଅଭମୁଖେ ନିଆଯାଇଛି।

ହାଇଦର ପହଞ୍ଚିବା ପରେ ତା’ର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ତାକୁ କଟକ ଡିସିପି କାର୍ଯ୍ୟାଳୟକୁ ନିଆଯାଇଥିଲା। ତେବେ ଆଗକୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି କମିଶନରେଟ୍ ପୋଲିସ। ରିମାଣ୍ଡରେ ଆଣିବା ପରେ କେଉଁଠୁ କେମିତି ଫେରାର ହେଲା ସେ ବିଷୟରେ ସବିଶେଷ ତଥ୍ୟ ମିଳିପାରିବ।

ସୂଚନା ଯୋଗ୍ୟ, ଗତ ୧୦ ତାରିଖରେ ସେ ଏସସିବିରୁ ଚିକିତ୍ସା ବେଳେ ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର। ତେଲେଙ୍ଗାନା ପୋଲିସ ସହାୟତାରେ କମିଶନରେଟ ପୋଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଥିଲା। ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୋଲିସ ତାକୁ ପିଛା କରିଥିଲା। ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ। ହାଇଦରକୁ ଧରିବା ପାଇଁ କଟକ ସିଟି ପୋଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା।

Leave A Reply

Your email address will not be published.