Odisha Link
Bridging the Missing Links in Odisha

ଚଳିତ ବର୍ଷ ମୌସୁମୀ ସ୍ବାଭାବିକ

ଭୁବନେଶ୍ବର: ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ ବର୍ଷା। ମୌସୁମୀ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଚଳତି ବର୍ଷ ମୌସୁମୀ ବର୍ଷା ୯୮ ପ୍ରତିଶତ ହେବାର ସମ୍ଭାବନା ରହିଛି।

ଜୁନ୍‌ରୁ ସେପ୍ଟମ୍ବର ମାସ ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ପ୍ରେସ୍‌ମିଟ୍ ଜରିଆରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।