Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ ନିଷ୍ପତ୍ତି

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚାଲିଛି। ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି । ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମଧ୍ୟ ବୈଠକରେ ସାମିଲ ଅଛନ୍ତି।

ବୈଠକରେ କୋଭିଡକୁ ନେଇ ଶ୍ରୀମନ୍ଦିର ଦର୍ଶନ ଉପରେ ଏସଓପି ଆସିପାରେ। ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଆବଶ୍ୟକ ହେଲେ ଶ୍ରୀମନ୍ଦିର ବନ୍ଦ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ଥରେ ଐତିହ୍ୟସ୍ଥଳ ଓ ସଂଗ୍ରହାଳୟଗୁଡ଼ିକରେ କଟକଣା ଲଗାଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)। ଏଏସ୍‌ଆଇ ଅଧୀନରେ ଥିବା ଦେଶର ସମସ୍ତ ଐତିହ୍ୟ, ପର୍ୟ୍ୟଟନସ୍ଥଳ ଓ ସଂଗ୍ରହାଳୟଗୁଡ଼ିକ ଆସନ୍ତା ମେ’ ୧୫ ପର୍ୟ୍ୟନ୍ତ ବନ୍ଦ ରହିବ।

ଓଡ଼ିଶାରେ ଏଏସ୍‌ଆଇ ଅଧୀନରେ ୮୦ଟି ଐତିହ୍ୟସ୍ଥଳ ରହିଛି। ରାଜ୍ୟରେ ଏହି କଟକଣା ଆଜିଠୁ ଲାଗୁ ହୋଇଛି। ସେଥିରେ କୋଣାର୍କ ସୂର୍ୟ୍ୟ ମନ୍ଦିର, ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ଓ ରାଜାରାଣୀ ମନ୍ଦିର, ଖଣ୍ଡଗିରି-ଉଦୟଗିରି ସହ ରତ୍ନଗିରି, ଲଳିତଗିରି ଏବଂ ଉଦୟଗିରି ଭଳି ବଡ଼ ବଡ଼ ଐତିହ୍ୟସ୍ଥଳୀ ରହିଛି।

କେବଳ ଦୁଇ ମନ୍ଦିର ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କୁ ଛାଡ଼ି ବାକି ଅନ୍ୟ ସମସ୍ତ ସ୍ଥାନ ବନ୍ଦ ହୋଇଛି। ଆଜି ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସହ ଆଲୋଚନା କରାଯିବ। କଟକଣାକୁ କିପରି କାର୍ୟ୍ୟକାରୀ କରାଯିବ ସେନେଇ ଆଲୋଚନା ହେବ। ଏହାପରେ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.