Odisha Link
Bridging the Missing Links in Odisha

ରାଉରକେଲା:  କରୋନା ପରୀକ୍ଷା ଓ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲା ପ୍ରଶାସନ 

ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା ପାଇଁ କାହା ସହ ଯୋଗାଯୋଗ କରିବେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଭଳି ଲକ୍ଷଣ ଦେଖାଦେଲେ ସେ ତୁରନ୍ତ ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) କିମ୍ବା ଅନ୍ୟ ଘରୋଇ ଚିକିସାଳୟର ଫ୍ଲୁ-କ୍ଲିନିକ୍ ସହ ପରାମର୍ଶ କରିବା ଦରକାର ।

ସେଠାରେ ଲକ୍ଷଣ ଦେଖିବା ପରେ ଡାକ୍ତର କୋଭିଡ୍ ପରୀକ୍ଷା ପାଇଁ ପରାମର୍ଶ ଦେଇପାରନ୍ତି । ତେବେ କୋଭିଡ୍ ପରୀକ୍ଷା ଆବଶ୍ୟକ ହେଉ ନଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରି ଘରେ ବିଶ୍ରାମ ନିଅନ୍ତୁ । କେଉଁଠି ପରୀକ୍ଷା କରିବେ? ଯେଉଁ ରୋଗୀଙ୍କର କୋଭିଡ୍ ପରୀକ୍ଷା ଆବଶ୍ୟକ ଡାକ୍ତର ସେ ବାବଦରେ ପରାମର୍ଶ ଦେବେ। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) ଏବଂ ସେକ୍ଟର-୬ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉଭୟ ଆରଟିପିସିଆର୍ ଓ ଆଣ୍ଟିଜେନ୍‌ ପରୀକ୍ଷା ଲାଗି ବ୍ୟବସ୍ଥା ରହିଛି ।

ସେହିପରି ରାଉରକେଲାର ଜେ ପି ହସ୍ପିଟାଲ, ଭେସଜ ପଟେଲ ହସ୍ପିଟାଲ, ହାଇଟେକ୍‌ ହସ୍ପିଟାଲ, ଆଇଜିଏଚ୍ ଏବଂ ବନ୍ଦମୁଣ୍ଡାସ୍ଥିତ ରେଲୱେ ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି। କୋଭିଡ୍ ଟେଷ୍ଟ କରାଉଥିବା ବ୍ୟକ୍ତିମାନଙ୍କ ସୂଚନା ପାଇଁ ରାଉରକେଲା ମହାନଗର ନିଗମ ୱେବସାଇଟରେ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ପ୍ରକାଶ କରାଯିବ।  କେଉଁଠି ଚିକିତ୍ସା କରିବେ? କୌଣସି ବ୍ୟକ୍ତିଙ୍କର କୋଭିଡ୍ ରିପୋର୍ଟ ଯଦି ପଜିଟିଭ୍ ଆସେ ସେ ଚାହିଁଲେ ଯେ କୌଣସି ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସା କରିପାରିବେ।

କାରଣ ସବୁ ଘରୋଇ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ପାଇଁ ବେଡ୍ ସୁବିଧା ରହିଛି। ତେବେ ଯେ କେହି କୋଭିଡ୍ ପଜିଟିଭ୍ ବ୍ୟକ୍ତି ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ହାଇଟେକ୍ କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.