Odisha Link
Bridging the Missing Links in Odisha

ବିଶୋଧନ ହେଲା ପୁରୀ ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି। ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ ରହିବ।

ପୂର୍ବ ନିତି ଅନୁସାରେ ଆଜି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଶ୍ରୀମନ୍ଦିର ପ୍ରସାଶନ ଦ୍ୱାରା ପ୍ରସ୍ତୁତ ନୂଆ ଏସଓପି ଲାଗୁ କରାଯିବ। ରାଜ୍ୟରେ ପ୍ରତ୍ୟେକ ଦିନ ଯେଉଁଭଳି ଭାବେ କରୋନା ସଂକ୍ରମଣ ବଢିଚାଲିଛି। ତାହାକୁ ଦୃଷ୍ଟିରେ ରଖି ପୁରୀରେ କଟକଣା କଡାକଡି ହେଉଛି।

ପୂର୍ବରୁ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିବା ବେଳେ ଏବେ ଶନୀବାର ଦିନ ମଧ୍ୟ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଛି। ଅର୍ଥାତ ସପ୍ତାହରେ ଦୁଇ ଦିନ ଶନି ଏବଂ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତି ହୋଇଛି।

Leave A Reply

Your email address will not be published.