Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେର

ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ମନୋନୀତ ହୋଇଥିଲେ

ପାଟଣାଗଡ଼: ପରଲୋକରେ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେର। ୭୯ ବର୍ଷ ବୟସରେ ପାଟଣାଗଡ଼ର ପୂର୍ବତନ ବିଧାୟକଙ୍କ ପରଲୋକ। ସେ ୨ ବର୍ଷ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଶନିବାର ରାତିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସ୍ୱର୍ଗତ ମେହେର ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ମନୋନୀତ ହୋଇଥିଲେ। ସପ୍ତମ ବିଧାନ ସଭା ୧୯୭୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଏବଂ ଦଶମ ବିଧାନ ସଭା ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୧ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଜନତା ଦଳ ତରଫରୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ ତୁଳାଇ ଥିଲେ। ବିଧାନସଭାର ଡେପୁଟି ଚିଫ୍ ହ୍ୱିପ ଭାବରେ ୧୯୭୭ରେ ତାଙ୍କୁ ଦାୟୀତ୍ୱ ମିଳିଥିଲା। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସେ ଜଣେ ଟାଣୁଆ ନେତା ଭାବେ ଅଂଚଳରେ ବେଶ ପରିଚିତ ଥିଲେ।

Leave A Reply

Your email address will not be published.