Odisha Link
Bridging the Missing Links in Odisha

କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ

କଟକ: ଆସନ୍ତା କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପରେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ।

ଏଥିସହ ଅଳ୍ପ ସଂଖ୍ୟାକ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କଟକ ଜିଲ୍ଲାରୁ ୧୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.