Odisha Link
Bridging the Missing Links in Odisha

ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା ରୋକ

ଖୁବଶୀଘ୍ର ଜାରି ହେବ ଗାଇଡ଼ଲାଇନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କାୟା ମେଲାଉଛି କରୋନା। ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିଏମସି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭିଡିଓ ବାର୍ତ୍ତା ଜାରି କହିଛନ୍ତ ଯେ, ଭୁବନେଶ୍ବରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଅନୁଷ୍ଠାନ। ଧାର୍ମିକ ଅନୁଷ୍ଠାନକୁ ଭକ୍ତ ପ୍ରବେଶ କରିପାରିବେ ନାହିଁ। ଧାର୍ମିକ ଅନୁଷ୍ଠାନରେ କେବଳ ହେବ ନୀତିକାନ୍ତି ଓ ପୂଜାର୍ଚ୍ଚନା। ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠୁ ଲାଗୁ ହେବ ନିୟମ। ଏନେଇ ଖୁବଶୀଘ୍ର ଜାରି ହେବ ଗାଇଡ଼ଲାଇନ ବୋଲି ସେ କହିଛନ୍ତି।

ସୂଚନାଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୮୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.