Odisha Link
Bridging the Missing Links in Odisha

ଆସ୍ଥା ଭୋଟରେ ସୌମ୍ୟଙ୍କ ପରାଜୟ, ହରାଇବେ ସରପଞ୍ଚ ପଦ

ଗତମାସ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚଙ୍କ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ, ସୈାମ୍ୟ ପଞ୍ଚାୟତରେ ମନମୁଖୀ କାର୍ୟ୍ୟ କରୁଥିବା ଅଭିଯୋଗ କରିଥିଲେ।

ନୟାଗଡ଼: ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟରଞ୍ଜନ ପ୍ରଧାନଙ୍କୁ ଲାଗିଛି ଝଟକା। ଅନାସ୍ଥା ଭୋଟ୍‌ରେ ପରାଜିତ ହୋଇଛନ୍ତି ସୌମ୍ୟରଞ୍ଜନ। ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ୧୫ରୁ ୧୫ ୱାର୍ଡ଼ ସଭ୍ୟ ତାଙ୍କ ବିରୁଦ୍ଧରେ ମତଦାନ କରିଛନ୍ତି। ଯାହାରି ଫଳରେ ସେ ତାଙ୍କ ପଦବୀ ହରାଇବେ। ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଅନାସ୍ଥା ଗ୍ରହଣ କରାଯାଇଥିଲା।

ସୂଚନାଯେଗ୍ୟ, ଗତମାସ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚଙ୍କ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ, ସୈାମ୍ୟ ପଞ୍ଚାୟତରେ ମନମୁଖୀ କାର୍ୟ୍ୟ କରୁଥିବା ଅଭିଯୋଗ କରିଥିଲେ। ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ୟ୍ୟଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା।

ଏପରିକି ସପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ। ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ।

ଏ ନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୈାମ୍ୟଙ୍କ ପାଖକୁ ନୋଟିସ କରାଯାଇଥିଲା। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ମଙ୍ଗଳବାର ମତଦାନ କରାଯାଇଥିଲା।

Leave A Reply

Your email address will not be published.