Odisha Link
Bridging the Missing Links in Odisha

 ଆତ୍ମହତ୍ୟା ଉଦ୍ୟମ କଲେ ବିଶ୍ୱବିଦ୍ୟାଳୟ କର୍ମଚାରୀ, କାହିଁକି ଜାଣନ୍ତୁ…

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କ ମଡେକିଲରେ ଭର୍ତ୍ତି କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକାଡେମୀକ କାଉନସିଲ୍‌ ବୈଠକ ଚାଲିଥିଲା। ଠିକ୍‌ ଏହି ସମୟରେ ବିଶ୍ୱବିଦ୍ୟାଳୟର ଦୀନବନ୍ଧୁ ମିଶ୍ର ନାମକ ଜଣେ କର୍ମଚାରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଣ ପାଇ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ, ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.