Odisha Link
Bridging the Missing Links in Odisha

ଲଜ୍‌ରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ! ଚିକିତ୍ସାଳୟରେ ଚାଲିଗଲା ଜୀବନ

ଓଏଲ୍‌ ବ୍ୟୁରୋ: ଭଦ୍ରକ ଷ୍ଟେସନ ପାଖ ଏକ ଲଜ୍‌ରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଖବର ସାମ୍ନାକୁ ଆସିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କୁ ଉଦ୍ଧାର ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଆସନ୍ତାକାଲି ୨ ଜଣ ଯୁବକ, ଯୁବତୀ ଷ୍ଟେସନ ପାଖ ଲଜ୍‌ରେ ରହିଥିଲେ। ରାତିରେ ଯୁବକ ଜଣଙ୍କ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଲଜ୍‌ରେ ଥିବା ଯୁବତୀଙ୍କ ସହାୟତାରେ ଯୁବକଙ୍କୁ ମେଡିକାଲ ନିଆଯାଇଥିଲା। ସମ୍ପୃକ୍ତ ଯୁବତୀଙ୍କୁ ସୁଧାରଗୃହକୁ ପଠାଇ ପୁଲିସ ଛାନଭିନ୍‌ ଆରମ୍ଭ କରିଛି।

Leave A Reply

Your email address will not be published.