Odisha Link
Bridging the Missing Links in Odisha

କରୋନା କବଳରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର

ନିର୍ବାଚନ ଚାଲିଥିବା ବେଳେ ଭୋଟିଂ ପୂର୍ବରୁ ଏହି ଦୁଇ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଦେଶରେ ଦୈନିକ ୨ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏସବୁ ମଧ୍ୟରେ ନୂଆ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ କରୋନା। ନିର୍ବାଚନ ଚାଲିଥିବା ବେଳେ ଭୋଟିଂ ପୂର୍ବରୁ ଏହି ଦୁଇ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାରିଫଳରେ ନିର୍ବାଚନ ଆୟେଗର ଚିନ୍ତା ବଢ଼ି ଯାଇଛି।

ଏପରିକି ଆଗକୁ ହେବାକୁ ଥିବା ପଶ୍ଚିମବଙ୍ଗର ବାକି ଥିବା ୩ଟି ପର୍ଯ୍ୟାୟ ମତଦାନକୁ ନେଇ ଚିନ୍ତା ବଢ଼ି ଯାଇଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ସୂଚନାଥାଉକି, ଗତ ୬ ଦିନ ହେବ ଦେଶରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଡେଉଁଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୭୬୧ ରହିଛି ।

Leave A Reply

Your email address will not be published.