Odisha Link
Bridging the Missing Links in Odisha

କରୋନା: ଆଜିଠୁ ଛତିଶଗଡ଼ରେ ଲାଗିଲା ଲକଡାଉନ୍

ଛତିଶଗଡ଼: ଦେଶରେ ପୁଣି ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଜି ଛତିଶଗଡ଼ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ହେଲେ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ସୁକମା ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି। ସୁକମାରେ ଆଜି ସନ୍ଧ୍ୟା ୬ ଟା ଠାରୁ ମେ ପହିଲା ସକାଳ ୭ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଉଛି। ଏହି ସମୟରେ ମେଡିକାଲ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।

ଏହା ପୂର୍ବରୁ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟରେ ଅନ୍ୟ ୨୭ ଟି ଜିଲ୍ଲାରେ ଲକଡାଉନ୍ ଘୋଷଣା ହୋଇସାରିଛି। ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୧୬୫ ଲୋକଙ୍କର ମୃତ୍ୟୁ ହୋଇଛି।

ଏବେ ଛତିଶଗଡ଼ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାରରୁ ଅଧିକ ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୬୭୪ କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣରେ ରାଜ୍ୟରେ ମୋଟ ୬୦୮୩ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.