Odisha Link
Bridging the Missing Links in Odisha

ବାତିଲ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି।

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଏହାକୁ ନଜର ରଖି ବାତିଲ ହୋଇଛି ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା। ଏପ୍ରିଲ ୧୬ରେ ଆଇସିଏସ୍‌ଇ ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା କିନ୍ତୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି CISCE ତା’ର ନିଷ୍ପତ୍ତି ବଦଳାଇଛି। ଆଇସିଏସ୍‌ଇ ଦଶମ ପରୀକ୍ଷା ବାତିଲ କରାଯାଇଛି। ସେପଟେ ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି।

୧୬ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାକୁ ଅପସନାଲ୍‌ ଭାବେ ରଖାଯାଇଥିଲା। ବିଜ୍ଞପ୍ତିରେ ଉଲ୍ଲେଖ ଥିଲା ଯେ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉପସ୍ଥିତ ରହିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟାୟନ ନୀତି ଆପଣାଇବା ପାଇଁ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିଲା।

ଏହାସହ ଯେଉଁମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନେ ଦ୍ୱାଦଶ ଛାତ୍ରଙ୍କ ସହ ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ପ୍ରକାଶ ପାଇଥିଲା । ଏବେ କିନ୍ତୁ ଏହି ବୋର୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ।

ଆସନ୍ତା ମେ’ ୪ ତାରିଖରେ ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା ଅରମ୍ଭ ହୋଇ ଜୁନ୍‌ ୭ ତାରିଖରେ ଶେଷ ହୋଇଥା’ନ୍ତା। ସେିହପରି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏପ୍ରିଲ ୮ରୁ ଜୁନ ୧୮ ଯାଏଁ ଚାଲିଥାନ୍ତା । କିନ୍ତୁ ଏବେ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିବା ସହ ଦ୍ୱାଦଶ ପରୀକ୍ଷା ବାବଦରେ ଜୁନ ମାସ ପ୍ରଥମ ସପ୍ତାହରେ କୁହାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.