କରୋନା: ଭାରତୀୟ ବିଦ୍ୟା ଭବନ ସିଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ଆଜି ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସିଲ କରିଛି। ଏହି ସବୁ ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା ନିୟମ ଉଲ୍ଲଂଘନ ହୋଇଥିବାରୁ ଏହାକୁ ବନ୍ଦ କରିଛି ବିଏମସି।
ସୂଚନାଯୋଗ୍ୟ ଯେ, ୟୁନିଟ ୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ମଧ୍ୟ ସିଲ କରାଯାଇଛି। ବିଦ୍ୟା ଭବନରେ ଅଫଲାଇନରେ ପରୀକ୍ଷା କରାଯାଉଥିବାରୁ ଏହାକୁ ସିଲ କରାଯାଇଛି ଏହା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ବିଏମସି।
ନୟାପଲ୍ଲୀର ଦୁଇ କୋଚିଙ୍ଗ ସେଣ୍ଟର ଅଦ୍ୱିତୀୟ ଏକାଡେମୀ ଏବଂ କଳିଙ୍ଗ ଏକାଡେମୀ କୋଭିଡ ନିୟମର ଉଲ୍ଲଂଘନ କରିଥିଲେ। ଫଳରେ ଏହି ଦୁଇଟି କୋଚିଙ୍ଗ ସେଣ୍ଟରକୁ ସିଲ୍ କରାଯାଇଥିଲା।