Odisha Link
Bridging the Missing Links in Odisha

କରୋନା: ସ୍ଥଗିତ ରହିଲା ଡିଏଲ‌ ଓ ଏଲଏଲ‌ ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ। ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି।

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି। ଏ ବାବଦରେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତଥର କରୋନା ସଂକ୍ରମଣ ବ୍ୟାପିଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ନିର୍ଦ୍ଦେଶ ଜାରି କରାଯାଇଥିଲା।

ଡିଏଲ ଓ ଏଲଏଲ ସଂକ୍ରାନ୍ତୀୟ ସମସ୍ତ ଟେଷ୍ଟକୁ ବାତିଲ କରାଯାଇଥିଲା। ପରେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଟକଣା ଅନୁଯାୟୀ ଅଳ୍ପ କିଛି ଲୋକଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିଥିଲା।

Leave A Reply

Your email address will not be published.