Odisha Link
Bridging the Missing Links in Odisha

ରାଜ୍ୟ ସରକାର ମାଗଣା ଟିକା ଘୋଷଣା କରନ୍ତୁ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଟିକା ଘୋଷଣା କରନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବି ହୋଇଛି। ମାଗଣା ଟିକା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ୧୮ରୁ ୪୫ ବର୍ଷ ବ୍ୟକ୍ତି ବିଶେଷଙ୍କୁ ମାଗଣା ଟିକାକରଣ କରାଯାଉ। ଏନେଇ ୨୪ ଘଣ୍ଟା ମଧ୍ୟରେ ସରକାର ଟିକା ମାଗଣା ଘୋଷଣା କରନ୍ତୁ।

ଅନ୍ୟ କିଛି ରାଜ୍ୟ ମାଗଣା ଟିକା ବଣ୍ଟନ ଘୋଷଣା କରିସାରିଛନ୍ତି। ଖୋଲା ବଜାରରେ ଟିକା ମିଳିଲେ ଟିକା ତ୍ୱରାନ୍ୱିତ କରିବାକୁ ସରକାର କହିଥିଲେ। କେନ୍ଦ୍ର ସରକାର ତୁରନ୍ତ ଏନେଇ ନିଷ୍ପତ୍ତି ନେଲେ। ଏବେ ରାଜ୍ୟ ସରକାର ଶୀଘ୍ର ଜଣାନ୍ତୁ। ଟିକାକରଣ କରାଯିବା ନେଇ ରାଜ୍ୟ ସରକାର ଭିତ୍ତି ଭୂମି ସଜାଡ଼ନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପକର୍କରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓଡ଼ିଶାରେ ୪୨% ୧୮ରୁ ୪୫ ବର୍ଷ ବୟସ୍କ ଲୋକ ଅଛନ୍ତି। ଟିକାକରଣ ପାଇଁ ନୂଆ ଏସଓପି ଆସିବ। ଅନଲାଇନ ଓ ସ୍ପଷ୍ଟ ପଞ୍ଜିକରଣ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

Leave A Reply

Your email address will not be published.