Odisha Link
Bridging the Missing Links in Odisha

ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା

ଭଞ୍ଜନଗର: ଭଞ୍ଜନଗରରୁ ଆସିଛି ଏକ ଦୁଃଖଦ ଖବର ବୃଦ୍ଧ ଦମ୍ପତି ଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଣ୍ଡା ଗାଁ କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ଏନେଇ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବୃଦ୍ଧ ଦମ୍ପତିଙ୍କୁ କିଏ ହତ୍ୟା କରିଛି ଏବଂ କ’ଣ ପାଇଁ ହତ୍ୟା କରିଛି ସେ ସମ୍ପର୍କରେ କିଛଇ ଜଣାପଡ଼ିନାହିଁ।