Odisha Link
Bridging the Missing Links in Odisha

କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼

ନୂଆଦିଲ୍ଲୀ: କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼। ଆମଦାନୀ ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଏଥିସହ ଅକ୍ସିଜେନ୍ ଉପରୁ ସ୍ୱାସ୍ଥ୍ୟ ସେସ୍ ମଧ୍ୟ ଛାଡ଼ କରାଯାଇଛି। ଏନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ମେଡିକାଲ ଅକ୍ସିଜେନ୍ ନିମନ୍ତେ ଆବଶ୍ୟକ ସାମଗ୍ରୀ ଉପରୁ ମଧ୍ୟ ଏହି ସେସ୍ ଛାଡ଼ କରାଯାଇଛି।

ବର୍ତ୍ତମାନ ସମୟରେ ମେଡିକାଲ ଅକ୍ସିଜେନ୍ ସପ୍ଳାଇ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଯାହା ଦ୍ୱାରା ଲୋକେ ହସ୍ପିଟାଲ ଏବଂ ଘରେ ଚିକିତ୍ସିତ ହୋଇପାରିବେ। ରେମଡିସିଭିର ଏବଂ ଏଥିରେ ବ୍ୟବହୃତ ଉପାଦାନ ଉପରେ ମଧ୍ୟ କଷ୍ଟମ୍ ଡ୍ୟୁଟି ଛାଡ଼ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ଅକ୍ସଜେନ୍ ଅଭାବ ଦୂର କରିବା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଉକ୍ତ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ବୈଠକରେ ଉପସ୍ଥିତ ଥିଲେ।