Odisha Link
Bridging the Missing Links in Odisha

ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କରୋନା ଟିକା

ଭୁବନେଶ୍ବରର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ପହଞ୍ଚିଛି ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା। ସବୁ ଜିଲ୍ଲାକୁ ଏହି ଟିକା ବଣ୍ଟାଯିବ। ଟିକା ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଗାଡ଼ି ଭୁବନେଶ୍ୱରରେ ପହଞ୍ଚିଛି। ତେବେ ରାଜ୍ୟକୁ ୨୫ ଲକ୍ଷ ଟିକା ମିଳିବାକୁ ଥିବା ବେଳେ ମିଳିଛି ମାତ୍ର ୨ ଲକ୍ଷ ୫୦ ହଜାର ଟିକା।

ବର୍ତ୍ତମାନ ରାଜ୍ୟରେ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହି ଟିକା ପହଁଚିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ଭୁବନେଶ୍ୱରରେ ଟିକା ପହଁଚିବା ପରେ, ସବୁ ଜିଲ୍ଲାକୁ ଟିକା ଗାଡ଼ି ଜରିଆରେ ଟିକା ପଠାଯିବ । ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଆସନ୍ତାକାଲି ଠାରୁ ଏପ୍ରିଲ ୧୪ ଯାଏ ପାଳିତ ହେବ ଟିକା ଉତ୍ସବ। ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି। ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.