Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୪ ମୃତ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁଚବେହାର ଜିଲ୍ଲା ମତଭଙ୍ଗରେ ମତଦାନ ବେଳେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଏକାଧିକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ଆକ୍ରମଣ ମଧ୍ୟ କରାଯାଇଛି।

ସବୁଠୁ ବଡ଼ କଥା ହେଲା ଏହି ହିଂସାକାଣ୍ଡ ବେଳେ ସାମ୍ବାଦିକ ବି ଆକ୍ରମଣରୁ ବାଦ ପଡ଼ିନଥିବା ଜଣାଯାଇଛି। ବିଜେପି ଏବଂ ଟିଏମସି କାର୍ୟ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କୁଇକ ରେସ୍‌ପନ୍ସ ଟିମ୍‌ (କ୍ୟୁଆରଟି) ମତଦାନ କେନ୍ଦ୍ର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଛି। ଫଳରେ ସୁରକ୍ଷାକର୍ମୀଙ୍କୁ ଗୁଳିଚାଳନା କରିବାକୁ ପଡ଼ିଛି, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଆଜି ବେଙ୍ଗଲରେ ୫ଟି ଜିଲ୍ଲାରେ ଚତୁର୍ଥ ପର୍ୟ୍ୟାୟରେ ମୋଟ ୪୪ଟି ଆସନ ପାଇଁ ମତଦାନ ଚାଲିଛି ।ସକାଳ ୯ଟା ସୁଦ୍ଧା ୧୫.୮୫% ମତଦାନ ରେକର୍ଡ କରାଯାଇଥିବା କଥା ନିର୍ବାଚନ କମିସନ୍‌ ସୂଚନା ଦେଇଛି। ପଶ୍ଚିମବଙ୍ଗର କୁଚ୍‌ବିହାରରେ ୧୫.୩୯%, ଆଲିପୁରଦୁଆର୍‌ରେ ୧୭.୯୭%, ହାଓଡ଼ାରେ ୧୭.୪୮%, ଦକ୍ଷିଣ ୨୪ ପ୍ରଗଣାରେ ୧୩.୨୬% ଏବଂ ହୁଗୁଳିରେ ୧୭.୦୪% ମତଦାନ ରେକର୍ଡ କରାଯାଇଛି।

Leave A Reply

Your email address will not be published.