Odisha Link
Bridging the Missing Links in Odisha

ତତଲା କଡେଇରେ ସିଝୁଛି ଓଡ଼ିଶା, ୧୭ ସହରର ତାପମାତ୍ରା ୪୦ଂ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ୪୩.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୨.୫, ବଲାଙ୍ଗିରରେ ୪୨.୨, ଅନୁଗୁଳରେ ୪୨.୧, ନୟାଗଡ ଓ ଟିଟିଲାଗଡରେ ୪୨ ଡିଗ୍ରୀ, ତାଳଚେରରେ ୪୧.୬, ସୁନ୍ଦରଗଡରେ ୪୧.୫, ଝାରସୁଗୁଡାରେ ୪୧.୪, ବାରିପଦା ଓ ସମ୍ବଲପୁରରେ ୪୧.୨, ସୋନପୁର ଓ ଭବାନୀପାଟଣାରେ ୪୧ ଡିଗ୍ରୀ, ହୀରାକୁଦରେ ୪୦.୯, କଟକରେ ୪୦.୨, ବାଲେଶ୍ୱରରେ ୪୦.୧, ଫୁଲବାଣୀରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.