Odisha Link
Bridging the Missing Links in Odisha

ଆଜି ଅପରାହ୍ନରୁ ଟିକା ପଞ୍ଜୀକରଣ ଆରମ୍ଭ, ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ଟିକା ପଞ୍ଜୀକରଣ। ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ କରାଯିବ। ଆରୋଗ୍ୟ ସେତୁ, ଉମଙ୍ଗ ଆପ, କୋୱିନ ପୋର୍ଟାଲରେ ଟିକା ନେବା ପାଇଁ ପଞ୍ଜିକରଣ କରିହେବ। ପଞ୍ଜିକରଣ ପାଇଁ ନାମ, ଠିକଣା, ଆଧାର କାଡର଼୍ ଆଦି ଭଳି ତଥ୍ୟ ପ୍ରଦାନ କରାଯିବ।

ତୃତୀୟ ପର୍ୟ୍ୟାୟ ଟିକକରଣ ପାଇଁ ଅନଲାଇନ୍‌ ରେଜିଷ୍ଟ୍ରେସନ୍‌ ବାଧ୍ୟତାମଳୂକ। ତେବେ ପଞ୍ଜିକରଣ ପାଇଁ ଆପଣଙ୍କୁ ମୋବାଇଲରେ cowin ଆପ୍‌ ଖୋଲନ୍ତୁ କିମ୍ବା cowin.gov.in ୱେବସାଇଟ୍‌କୁ ଯାଆନ୍ତୁ କିମ୍ବା www.cowin.gov.in/home ଲିଙ୍କରେ ସିଧାସଳଖ କ୍ଲିକ୍‌ କରନ୍ତୁ।

ରେଜିଷ୍ଟର ଉପରେ କ୍ଲିକ୍‌ କରନ୍ତୁ କିମ୍ବା ସାଇନ୍‌ ଇନ୍‌ ବଟନ୍‌ କ୍ଲିକ୍‌ କରନ୍ତୁ। ଆପଣଙ୍କ ମୋବାଇଲ୍‌ ନମ୍ବର ଦିଅନ୍ତୁ। ଆପଣ ଏକ ପିନ୍ ନମ୍ବର ପାଇବେ। ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏକ ବାର୍ତ୍ତା ଆସିବ। ନିର୍ଦ୍ଦିଷ୍ଟ ସ୍ଥାନରେ ଟାଇପ୍‌ କିମ୍ବା କପି କରନ୍ତୁ। ଯାଞ୍ଚ ବଟନ୍‌ ଦବାନ୍ତୁ। ଏହା ୩ ମିନିଟ୍‌ ପର୍ଯ୍ୟନ୍ତ ସମୟ ନେଇଥାଏ।

ଏହା ପରେ ପଞ୍ଜୀକରଣ ପୃଷ୍ଠା ଖୋଲିବେ। ସେଠାରେ ଆପଣଙ୍କୁ ଆଧାର ଆଇଡି, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦିରେ ବ୍ୟବହାର କରୁଥିବା ଫଟୋ ଆଇଡିର ନମ୍ବର ଦେବାକୁ ପଡିବ। ବୟସ ସହିତ ପୁରୁଷ କି ମହିଳା ନିର୍ଦ୍ଦିଷ୍ଟ ସ୍ଥାନରେ ନାମ ଲେଖିବାକୁ ପଡିବ ପରେ ରେଜିଷ୍ଟର ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ଏବଂ ତା’ପରେ ଆକ୍ସନ୍‌ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଆପଣ ଏକ କ୍ୟାଲେଣ୍ଡର ଦେଖିବେ। ଯଦି ଆପଣ ନିଜ ପସନ୍ଦର ତାରିଖ ଉପରେ କ୍ଲିକ୍‌ କରନ୍ତି, ନିଯୁକ୍ତ ବିକଳ୍ପ ପାଇବେ।

Leave A Reply

Your email address will not be published.