ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି। ଯାହାରିଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବୁଧବାର ରାଜ୍ୟର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।
ରାଜ୍ୟରେ ଆଜି ପୁଣିଥରେ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ୪୩.୨ ଡିଗ୍ରୀ ତାପମାତ୍ରା ସହ ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି।ଝାରସୁଗୁଡା ୪୨.୮, ବଲାଙ୍ଗିର ୪୨.୫ ଡିଗ୍ରୀ, ସମ୍ବଲପୁର ୪୨.୩, ଅନୁଗୋଳ ୪୨.୧ ଡିଗ୍ରୀ, ହୀରାକୁଦ ଓ ଟିଟିଲାଗଡରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା।