Odisha Link
Bridging the Missing Links in Odisha

ମାସ୍କ ପାଇଁ ଫାଇନ ୫.୨୪ କୋଟି

ଭୁବନେଶ୍ବର:  କୋଭିଡ୍ ନିୟମ ପାଳନ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତଙ୍କ ଲୋକମାନଙ୍କୁ ନିବେଦନ କରିଛନ୍ତି। ଲୋକମାନେ କଟକଣା ନ ମାନିଲେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି।

ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ପୁଲିସ ବାହିନୀର ମୁଖ୍ୟ କାମ ହେଉଛି ଅପରାଧୀଙ୍କୁ ଧରିବା ଓ ଅପରାଧକୁ ରୋକିବା। ଏହି କାମ କରି ପୁଲିସ ବାହିନୀ ସନ୍ତୋଷ ପାଇଥାଏ। ମାତ୍ର ସାଧାରଣ ଲୋକମାନଙ୍କୁ ଦଣ୍ଡିତ କରିବାକୁ ପୁଲିସକୁ ଭଲ ଲାଗୁନାହିଁ, କିନ୍ତୁ ଏପରି କରିବାକୁ ବାଧ୍ୟ ହେଉଛି, କାରଣ ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଲୋକ ଅମାନିଆ ହେଉଛନ୍ତି।

ଚଳିତ ଏପ୍ରିଲ ମାସରେ ମାସ୍କ ନ ପିନ୍ଧିବାରୁ ପ୍ରାୟ ୫ କୋଟି ୨୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ ନ କରିବା ପାଇଁ ମୋଟ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ଅନ୍ୟପକ୍ଷରେ କଟକଣା ମାନୁନଥିବାରୁ ୩୫୦ ଦୋକାନୀ, କୋଚିଂ ସେଣ୍ଟରକୁ ସିଲ କରାଯାଇଛି ଓ ପ୍ରାୟ ୪୧୮ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ଏପ୍ରିଲ ମାସରେ ୧୮ ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି ଓ ୭ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି। ଅନ୍ୟପକ୍ଷରେ ଏପ୍ରିଲରେ ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ ହୋଇଛି।

Leave A Reply

Your email address will not be published.