Odisha Link
Bridging the Missing Links in Odisha

ଦିନକରେ ରାଜଧାନୀରୁ ୮୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୭୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୪୨୯ ଜଣ ସୁସ୍ଥ ହୋଇଛନ୍ତି।

ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୨୯୬ରେ ପହଞ୍ଚିଥିବା ବେଳେ ୩୬ ହଜାର୧୦୩ ଜଣ ସୁସ୍ଥ ହୋଇଛନ୍ତି। ୬ ହଜାର ୯୧୩ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୨୫୯ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ପଟିଆରୁ ୬୧, ନୟାପଲ୍ଲୀରୁ ୫୮, ଖଣ୍ଡଗିରିରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.