Odisha Link
Bridging the Missing Links in Odisha

ଲଜ୍ଜା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ମାସେ କାଳ ଗଣଦୁଷ୍କର୍ମ

ସାଲେପୁର: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ମାସେ ଧରି ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ତଥା ଲୋମଟାଙ୍କୁରା ଘଟଣା ଘଟିଛି ମାହାଙ୍ଗା ଥାନା ଅଞ୍ଚଳରୁ। ଏନେଇ ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି।

ସୂଚନା ମୁତାବକ, ନାବାଳିକା ଜଣଙ୍କ ମା’ଙ‌କ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଲୋକ ଘରେ ପଶି ଡରାଇ ଧମକାଇ ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ସେମାନେ ଧମକ ଦେଇଥିଲେ।

ଦିନେ କି ଦୁଇ ଦିନ ନୁହେଁ, ମାସାଧିକ କାଳ ନାବାଳିକାକୁ ତା’ ଘର ଭିତରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଝିଅଟି ଏ ସମ୍ପର୍କରେ ନିଜ ମାଆକୁ କହିଥିଲା। ହେଲେ ମାଆ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ନୀରବ ରହିଥିଲେ।

ପରେ ନାବାଳିକା ଜଣକ ଏନେଇ ନିଜ ବିବାହିତା ବଡ଼ ଭଉଣୀଙ୍କୁ ଫୋନ୍‌ରେ କହିଥିଲେ। ସାନ ଭଉଣୀଠାରୁ ସବୁ କଥା ଶୁଣିବା ପରେ ଘଟଣା ସମ୍ପର୍କରେ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.