Odisha Link
Bridging the Missing Links in Odisha

ରିଲ୍‌ ହିରୋରୁ ସାଜିଲେ ରିଅଲ ହିରୋ, ପାଲଟିିଲେ ଆମ୍ବୁଲାନ୍ସ ଚାଳକ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଅଣାୟତ୍ତ ହେବାରେ ହୋଇପଡିଲାଣି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ସାହାର୍ଯ୍ୟ କରିବାକୁ କନ୍ନଡ଼ ସିନେମାର ସୁପରଷ୍ଟାର ଅର୍ଜୁନ ଗୌଡ଼ାଙ୍କ ରିଲ୍‌ ହିରୋରୁ ସାଜିଛନ୍ତି ରିଅଲ୍‌ ହିରୋ।

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପରେପରେ ଭୂମି ପେଡନେକର, ରବିନା ଟଣ୍ଡନ, ଗୁରମିତ ଚୌଧୁରୀ, ବିନିତ ସିଂହ ପ୍ରମୁଖ ସାମିଲ ହୋଇଥିଲେ। ଏବେ ଏହି ତାଲିକାରେ କନ୍ନଡ଼ ସିନେମାର ସୁପରଷ୍ଟାର ଅର୍ଜୁନ ଗୌଡ଼ାଙ୍କ ବି ଯୋଡ଼ି ହୋଇଯାଇଛି।। ସେ କରୋନା କାଳରେ ଅଭିନେତାରୁ ଆମ୍ବୁଲାନ୍ସ ଚାଳକ ପାଲଟି ଯାଇଛନ୍ତି।

କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ କିଛିଦିନ ହେବ ଅର୍ଜୁନ ନିଜ ଘରକୁ ଯାଇ ନାହାନ୍ତି। ସେ ଆମ୍ବୁଲାନ୍ସ ଚାଳକ ହୋଇ ରୋଗୀମାନଙ୍କୁ ଯେତେ ଶୀଘ୍ର ହୋଇ ପାରୁଛି ହସ୍ପିଟାଲରେ ପହଞ୍ଚାଉଛନ୍ତି। କେବଳ ଏତିକି ନୁ‌ହେଁ, ସେ ଏଯାବତ ୬ଜଣଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରି ସାରିଛନ୍ତି।

Leave A Reply

Your email address will not be published.