Odisha Link
Bridging the Missing Links in Odisha

ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୧୮ ମୃତ

ଗୁଜରାଟ: ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧ଟା ବେଳେ ଗୁଜରାଟର ଭରୁଚ ଅନ୍ତର୍ଗତ ‘ୱେଲ୍‌ଫେୟାର୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଯାଇଥିଲା। ଫଳରେ ୧୮ଜଣ କୋଭିଡ୍‌-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି।

ସକାଳ ୬.୩୦ ସୁଦ୍ଧା ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ନେଇ ଜିଲ୍ଲାପାଳ କହିଥିବା ଏବେ କିନ୍ତୁ ମୃତ୍ୟୁସଂଖ୍ୟା ୧୮ ବୃଦ୍ଧି ପାଇଛି ବୋଲି ଗଣମାଧ୍ୟମକୁ ପୁଲିସ ସୂଚନା ଦେଇଛି।

୪ ତାଲାବିଶିଷ୍ଟ ଏହି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ପ୍ରାୟ ୭୦ଜଣ ରୋଗୀଙ୍କ ମଧ୍ୟରୁ ‘ଇନ୍‌ଟେନ୍ସିଭ୍‌ କେୟାର୍‌ ୟୁନିଟ୍‌’ରେ ୨୪ଜଣ ଥିଲେ। ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ବାକି ସମସ୍ତ ରୋଗୀଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଅନ୍ୟ ହସ୍ପିଟାଲ୍‌ମାନଙ୍କରେ ଭର୍ତ୍ତି କରିଛନ୍ତି।

ଭରୁଚ ଏସ୍‌.ପି. ରାଜେନ୍ଦ୍ରସିଂହ ଚୂଡ଼ସମା କହିଛନ୍ତି ଯେ, ନିଆଁ ଓ ଧୂଆଁରେ ରୁନ୍ଧି ହୋଇ ୧୨ଜଣ କୋଭିଡ୍‌-୧୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ବାକି ୬ଜଣ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବା ବେଳେ ପ୍ରାଣ ହରାଇଲେ, ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.