Odisha Link
Bridging the Missing Links in Odisha

କୋଭିଡ୍‌ ନିୟମ ଭାଙ୍ଗି କରୁଥିଲେ ଖ୍ରୀଷ୍ଟିଆନ ଧର୍ମସଭା

ମୁନ୍ନାର: କେରଳରେ ଚର୍ଚ ଅଫ୍‌ ସାଉଥ୍‌ ଇଣ୍ଡିଆ (ସିଏସ୍‌ଆଇ)ର ୪୮୦ ଜଣ ପ୍ରମୁଖ ପୂଜକଙ୍କ ନାମରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେମାନେ କୋଭିଡ୍‌ କଟକଣାକୁ ଅମାନ୍ୟ କରି ମୁନ୍ନାରରେ ଏକ ଖ୍ରୀଷ୍ଟିଆନ ଧର୍ମସଭାରେ ଏକତ୍ରିତ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।

ସ୍ଥାନୀୟ ତହସିଲଦାରଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ଏହି ବାର୍ଷିକ ଧର୍ମ ସମ୍ମିଳନୀରେ ଯୋଗଦେବା ପରେ ଶହେରୁ ଅଧିକ ପାଦ୍ରୀ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ଏପ୍ରିଲ ୧୩ ତାରିଖରେ ମୁନ୍ନାରଠାରେ ଏହି ୫ ଦିନିଆ ଧର୍ମସଭା ଅନୁଷ୍ଠିତ ହୋଇଥିଲା।

ସମସ୍ତ ୪୮୦ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ କେରଳ ମହାମାରୀ ରୋଗ ଆଇନ (କେଡା) ଓ ଭାରତୀୟ ପିଙ୍ଗଳ କୋଡ୍‌ ୨୬୯ ଆଧାରରେ ଗିରଫ କରାଯିବାର ସମ୍ଭାବନା ରହିଛି। ଧର୍ମସଭା କରିବା ପାଇଁ ଚର୍ଚ୍ଚ କର୍ତୃପକ୍ଷ ପୁଲିସ ବା ପ୍ରଶାସନ ଠାରୁ କୌଣସି ଅନୁମତି ନେଇ ନଥିଲେ ଏବଂ ସଭାବେଳେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି ବୋଲି ପୁଲିସ କହିଛି।