Odisha Link
Bridging the Missing Links in Odisha

ସୁରେଶ ରାଇନାଙ୍କୁ ସହାୟତାର ହାତ ବଢାଇଲେ ସୋନୁ

ଉତ୍ତରପ୍ରଦେଶ: ଦେଶରେ ଅଣାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। କରୋନା ଆକ୍ରାନ୍ତ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସା, ବେଡ, ଅକ୍ସିଜେନ ଓ ଔଷଧ ପାଇଁ ଲୋକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ବହୁ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ କ୍ରିକେଟର ସୁରେଶ ରାଇନାଙ୍କୁ ସହାୟତାର ହାତ ବଢାଇଛନ୍ତି ସୋନୁ ସୁଦ୍।

ନିକଟରେ କ୍ରିକେଟର ସୁରେଶ ରାଇନାଙ୍କ ଜଣେ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆବଶ୍ୟକ ହୋଇଥିଲା। ଏଥିପାଇଁ ସୁରେଶ ରାଇନା ଟ୍ୱିଟ୍ କରି ଲୋକଙ୍କୁ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାଯ୍ୟ ମାଗିଥିଲେ।

ସେ ଲେଖିଥିଲେ, ‘ମେରଠରେ ମୋ ଆଣ୍ଟିଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ। ତାଙ୍କ ବୟସ ୬୫ ବର୍ଷ ଓ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି। ସେ କରୋନାରେ ସଂକ୍ରମିତ। ଅକ୍ସିଜେନ ସିଲିଣ୍ଡର ବିନା ତାଙ୍କ ଅକ୍ସିଜେନ ଲେଭଲ ୭୦ ଅଛି। ଦୟାକରି ସାହାଯ୍ୟ କରନ୍ତୁ।’

ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିବା ପରେ ଅଭିନେତା ସୋନୁ ସୁଦ ସୁରେଶ ରାଇନାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସୋନୁ ସୁଦ୍ ସୁରେଶ ରାଇନାଙ୍କ ଟ୍ୱିଟରେ ଜବାବ ଦେଇ କହିଥିଲେ ଯେ, ୧୦ ମିନିଟରେ ଆପଣଙ୍କ ପାଖକୁ ଅକ୍ସିଜେନ ସିଲିଣ୍ଡର ପହଞ୍ଚିଯିବ। ସୋନୁ ସୁରେଶଙ୍କ ଆଣ୍ଟିଙ୍କ ପାଖକୁ ସଠିକ ସମୟରେ ଅକ୍ସିଜେନ ପଠାଇଥିଲେ। ଏହି ସହାୟତା ପାଇଁ ସୁରେଶ ରାଇନା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

 

 

Leave A Reply

Your email address will not be published.