Odisha Link
Bridging the Missing Links in Odisha

କରୋନାରୁ ସୁସ୍ଥ ହେବାର ପରେ ବଦଳାଇ ଦିଅନ୍ତୁ ଏହି ସବୁ ଜିନିଷ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଣେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଆଉଥରେ ଏଥିରେ ସଂକ୍ରମିତ ହେଉଛି। କରୋନା ଟିକା ସେତେ ଫଳପ୍ରଦ ହେଉନି। ଟିକା ନେଇଥିଲେ ଯେ ଜଣେ ସଂକ୍ରମିତ ହେବନାହିଁ, ତା’ର ନିଶ୍ଚିତତା ଦେଇ ହେଉନି।

ତେଣୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷ ସତର୍କ ରହିବା ଉଚିତ। କିଛି ଜିନିଷ ବଦଳାଇବା ଦ୍ବାରା ଆମେ କିଛି ମାତ୍ରାରେ ପୁନଶ୍ଚ କରୋନା ସଂକ୍ରମିତ ହେବା ସମ୍ଭାବନାକୁ ଏଡାଇଦେଇ ପାରିବା।ଦାନ୍ତ ଡାକ୍ତରଙ୍କ ମତରେ ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତି ତୁରନ୍ତ ସେ ବ୍ୟବହାର କରୁଥିବା ଟୁଥବ୍ରଶ, ଜିଭଛେଲା ଓ ଅନ୍ୟାନ୍ୟ ଜିନିଷକୁ ବଦଳାଇ ଦିଅନ୍ତୁ। ଏହାଦ୍ୱାରା ବ୍ୟକ୍ତି ଜଣଙ୍କ ନିଜକୁ ଏବଂସମାନ ୱାଶରୁମ ବ୍ୟବହାର କରୁଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ କରୋନାରୁ ସୁରକ୍ଷା ଦେଇପାରିବେ।

ଡାକ୍ତରଙ୍କ ମୁତାବକ, ଯଦି କେହି କରୋନା ଭାଇରସ ସଂସ୍ପର୍ଶରେ ଆସୁଛନ୍ତି, ତା’ହେଲେ ଲକ୍ଷଣ ଦେଖାଯିବାର ୨୦ ଦିନ ପରେ ତୁରନ୍ତ ନିଜର ଟୁଥବ୍ରଶ, ଜିଭଛେଲା ଇତ୍ୟାଦିକୁ ବଦଳାଇ ଦିଅନ୍ତୁ। ଟୁଥବ୍ରଶ, ଜିଭଛେଲା ଆଦି ଜିନିଷରେ ଭାଇରସ ବହୁଦିନ ସକ୍ରିୟ ରହିଥାଏ। ତେଣୁ ଏଗୁଡ଼ିକୁ ବ୍ୟବହାର ନ କଲେ ଭାଇରସକୁ ଆମେ ଦୂରେଇ ରଖିପାରିବା।

ଟୁଥବ୍ରଶରେ ବ୍ୟାକଟେରିଆ/ଭାଇରସ ଦୀର୍ଘ ସମୟ ଧରି ଘର କରି ରୁହନ୍ତି। ଏହାଦ୍ୱାରା upper respiratory tract infections ସୃଷ୍ଟି ହୋଇଥାଏ। ଏଥିପାଇଁ ମାଉଥ ୱାଶ ଓ ବେଟାଡାଇନ ଦ୍ୱାରା ଗର୍ଗଲ କରିବାକୁ ପରାମର୍ଶ ଦିଆଯାଏ। ଏହାଦ୍ୱାରା ଭାଇରସ ଓ ବ୍ୟାକଟେରିଆ ଅଧିକ ସମୟ ରହିପାରିବେ ନାହିଁ।

Leave A Reply

Your email address will not be published.