Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ଜୁନ୍‌ ୧ ଯାଏଁ ବଢ଼ିଲା ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍‌ଡାଉନ୍‌ । ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା।

ରାଜ୍ୟରେ ଜୁନ୍‌ ୧ ଯାଏଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍‌ ୧ ସକାଳ ୫ଟା ଯାଏ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍।ପୂର୍ବରୁ ଚଳିତ ମଇ ମାସ ୫ ତାରିଖରୁ ୧୯ ତାରିଖ ବୁଧବାର ସକାଳ ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.