Odisha Link
Bridging the Missing Links in Odisha

ଏଣିକି ଘରେ କରିପାରିବେ କରୋନା ଟେଷ୍ଟ, ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମିଲିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଏଣିକି ଘରେ ରହି କରିପାରିବେ କରୋନା ପରୀକ୍ଷା। ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର। କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଥିବା ବେଳେ ଟେଷ୍ଟ ପାଇଁ ମେଡିକାଲ ଆଗରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। କିନ୍ତୁ ଏବେ ଘରେ ରହି ନିଜେ କୋଭିଡ୍ ଟେଷ୍ଟ କରିପାରିବେ।

ତେବେ ଟେଷ୍ଟ ନେଇ ଏକ ଗାଇଡଲାଇନ୍ ଜାରି କରିଛି ଆଇସିଏମଆର। ହୋମ ରାପିଡ୍ ଆଂଟିଜେନ ଟେଷ୍ଟିଂ କିଟ୍ କରୋନାର ଲକ୍ଷଣ ଥିବା କିମ୍ବା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଏହାର ବ୍ୟବହାର କରିପାରିବେ। ତେବେ ଭାରତରେ କେବଳ ଗୋଟିଏ କମ୍ପାନୀକୁ ମଞ୍ଜୁରୀ ଦେଇଛି ଆଇସିଏମଆର। ଏହାର ନାଁ ହେଉଛି ମାଇଁ ଲାବ୍ ଡିସକଭରୀ ସଲ୍ୟୁସନ ଓ ଲିମିଟେଡ।

ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଏହି ‘ଟେଷ୍ଟିଙ୍ଗ୍‌-କିଟ୍‌’ ବଜାରରେ ମିଳିବ। ଟିକସ ସମେତ ଏହି ‘କିଟ୍‌’ର ମୂଲ୍ୟ ରଖାଯାଇଛି ୨୫୦ ଟଙ୍କା। ଏହି ଟେଷ୍ଟିଂ ଆପ୍ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଉପଲବ୍ଧ ହେଉଛି। ଏହାକୁ ସମସ୍ତ ମୋବାଇଲ ବ୍ୟବହାରକାରୀ ଡାଉନଲୋଡ୍ କରିପାରିବେ। ଆପରେ ନିୟମ ଅନୁଯାୟୀ, ସମସ୍ତ ପକ୍ରିୟା ଶେଷ କରିବା ପରେ ନେଗେଟିଭ୍ କିମ୍ବା ପଜିଟିଭ୍ ରିପୋର୍ଟ ଆସିବ। ଏହି ତଥ୍ୟ ଆଇସିଏମଆରର ନିକଟରେ ରହିବ। ଏହା ଦ୍ୱାରା ଲାବ୍ରୋଟୋରୀ ଗୁଡିକ ଉପରେ ବଢ଼ୁଥିବା ଚାପ କମିବ ବୋଲି କୁହାଯାଉଛି।

Leave A Reply

Your email address will not be published.