Odisha Link
Bridging the Missing Links in Odisha

ରଥଖଳାରେ ହେବ ବାୟୋ ବବଲ୍ ବ୍ୟବସ୍ଥା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ଚାଲିଛି ରଥ ତିଆରି କାମ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ଲହର ଜାରି ରହିଥିବାରୁ କୋଭିଡ୍‌ କଟକଣା ମଧ୍ୟରେ ର‌ଥ କାମ ଆଗେଇ ଚାଲିଛି। ତେବେ ଆଜି ରଥ ନିର୍ମାଣକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୀତି ନିୟମାନୁସାରେ ରଥଯାତ୍ରା ହେବ। କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ସତର୍କତା ରକ୍ଷା କରି ସବୁ ପ୍ରକାରର ପ୍ରସ୍ତୁତି କରାଯିବ।

ନିୟମାବଳୀ ଅନୁସାରେ ସବୁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେହି ମାନଙ୍କୁ ହିଁ ରଥ କାମ ପାଇଁ ଅନୁମତି ମିଳିବ। ସେହପରି ରଥଖଳାରେ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିବ। ଏଥିସହ ରଥଖଳାରେ ବାୟୋ-ଡବଲ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା ରିପୋର୍ଟ ଦେବେ ବୋଲି ମୁଖ୍ୟ ପ୍ରଶାସକ ବୈଠକରେ କହିଛନ୍ତି।

ସୂଚନା ମୁତାବକ, ୮ ଜଣ ସେବାୟତ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କୁ ଏନ୯୫ ମାସ୍କ ଦିଆଯିବ। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.